Skip to content

Latest commit

 

History

History
56 lines (47 loc) · 2.2 KB

File metadata and controls

56 lines (47 loc) · 2.2 KB

Styles: English, Odia, Translated.
Click here to listen.

ଧର୍ମ ର ରଜ୍ଜୁ ରେ, ଭକ୍ତି ଫୁଲ ଗୁନ୍ଥି,

କରିଥିଲି ଏକ ହାର,

ତୁମ ଗଳେ ହର, ଲମ୍ବାଇବା ଲାଗି,

ଟେକିଦେଲି ଦୁଇ କର। ... (୧)



କେଉଁ ଦିଗେ ଅଛ, କେଉଁ ଦିଗେ ନାହଁ,

ଖୋଜି ପାରିଲିନି କାହିଁ,

ଏତେ ଦେବାଳୟ, ଦଣ୍ଡାୟମାନ ଯେ,

କେଣେ ରହିଛ ଗୋସାଇଁ। ... (୨)



କେଉଁ ଶବ୍ଦରେ ମୁଁ, ତୋରେ ଡାକିବି ହେ,

କୁହ ହେ ଭୂଜଂଗଧର,

କି ସାଧନା ମୋତେ, କରିବା ବିଧେୟ,

ଅଥବା ତେଜିବି ଘର। ... (୩)



ସଂସାର ଦେଇଛ, ରହିଛି ସେଇଠି,

ମୋହ ପଙ୍କ ମୁଖେ ବୋଳି,

ସେଥି ପାଇଁ ତୁମ, କରୁଣା ବରଫ,

ପଡ଼ିଗଲା କି ତରଳି। ... (୪)



ଦୂରେଇ ଯାଆ ନି, ଖୋଜି ନ ପାରିବି,

ଭୁଲ୍ ଭୁଲେୟାରୁ ତୋତେ,

କଣ୍ଟା ଫୋଡିହୋଇ, ଝୁଣ୍ଟି ପଡୁଥାଇ,

ଯନ୍ତ୍ରଣା ହେଉଛି ମୋତେ। ... (୫)



ବତାସ ଆସିଲେ, ବାଇକି ଡର ଇ,

ବସି ଥାଇ ବସା ଡାଳେ,

ମୁଁ ଅଜ୍ଞାନ ଜନ ଚକିତ, ମାେ ପ୍ରାଣ,

ଖୋଜଇ ତୋ ବାହୁ ତଳ। ... (୬)



ଖୋଜୁଛି ବୋଲି ମୁଁ, ତୁ ଦେଖା ଦେଉନୁ,

ନ ଖୋଜିବା ଭାଗ୍ୟେ ନାହିଁ,

ଦହଲେ ବିକଳେ, ତୋ ପଙ୍କଜ ତଳେ,

ମିନତୀ କରଇ ମୁଁହି। ... (୭)



  • Poem by ସ୍ନିଗ୍ଧା ରାଣୀ ସାହୁ
  • Photo by Quang Nguyen Vinh from Pexels